ପରୀକୁ ନ୍ୟାୟ ଦାବିରେ ଆମରଣ ଅନଶନ !!

0
477

Loading

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ପାଞ୍ଚ ବର୍ଷ ନାବାଳିକା ପରୀ ଅପହରଣ ଓ ହତ୍ୟା ଘଟଣାକୁ ବିତିଗଲାଣି ତିନି ମାସରୁ ଉର୍ଦ୍ଧ୍ବ ସମୟ । ହେଲେ ଏଯାଏଁ ସଦର ପୋଲିସର ହାତ ଖାଲି । ଅପରାଧୀଙ୍କୁ ଧରିବାରେ ପୋଲିସ ସମ୍ପୂର୍ଣ ବିଫଳ ହୋଇଛି । ଏବେ ପରୀକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ ଓଡ଼ଗାଁ ଦାଣ୍ଡୋର ଗ୍ରାମର ସାନ୍ତନୁ ବିଶୋଇ ଏବଂ ଇଟାମାଟି ବିରୁଡା ଗ୍ରାମର ଭୁବନ ଚାନ୍ଦ ହାତୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । କେବଳ ପରୀ ନୁହେଁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଘଟଣାକୁ ଶାସକ ଦଳ ଚାପରେ କଙ୍ଗାରୁ କୋର୍ଟ ଜରିଆରେ ଚପାଇ ଦିଆଯାଉଥିବା ଶ୍ରୀ ହାତୀ ଅଭିଯୋଗ କରିଛନ୍ତି । ପରୀକୁ ନ୍ୟାୟ ଓ ତାର ପରିବାରକୁ ସୁରକ୍ଷା ଯୋଗାଇ ନଦିଆଯିବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସି ରହିବେ ବୋଲି ସାନ୍ତନୁ ବିଶୋଇ ଚେତାବନୀ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ କେବଳ ମିଛ କେସ ଓ ମିଛ ଫେସ ରେ ଶାସନ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନ ଚାନ୍ଦ ହାତୀ । ତେଣୁ ହୀନ ରାଜନୀତି ଠାରୁ ଦୂରରେ ରହି ପରୀକୁ ନ୍ୟାୟ ଦେବାରେ ସାହାଯ୍ୟ କରିବାକୁ ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି

LEAVE A REPLY

Please enter your comment!
Please enter your name here