ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । କାଶୀନଗର ବ୍ଳକରୁ ଜଣେ, ଗୋଶାଣି ବ୍ଳକରୁ ଜଣେ, ଗୁମ୍ମା ବ୍ଳକରୁ ଦୁଇ ଜଣ ଏବଂ ପାରଳା ପୌର ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ ଏବଂ ଅନ୍ୟ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ/କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।