ପାରଳାଖେମୁଣ୍ଡି ବିଜେପି କାର୍ଯ୍ୟାଳୟ ରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଠାରେ ଜନସଂଘର ପ୍ରତିଷ୍ଠାତା ମହାନ ଜନ ନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ଆଜି ପାଳିତ ହୋଇଥିବା ବେଳେ ଗଜପତି ଜିଲ୍ଲା ରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି କେ ନାରାୟଣ ରାଓ ଙ୍କ ନିର୍ଦେଶନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟିର କର୍ମ କର୍ତ୍ତା ଯୋଗଦେଇ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଖଣ୍ଡ ଭାରତ ନିର୍ମାଣରେ ମହାନ ଜନନାୟକଙ୍କ ଉତ୍ସର୍ଗୀକୃତ ଜୀବନ ଓ ବଳିଦାନ ସମ୍ପର୍କରେ ସମସ୍ତେ ସ୍ମୃତିଚାରଣ କରିଥିଲ । ସ୍ୱର୍ଗତ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ ପାର୍ଟିର ନୀତି ଆଦର୍ଶକୁ ପାଥେୟ କରି ସାମ୍ପ୍ରତିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଦେଶବାସୀଙ୍କୁ ସୁଶାସନ ଦେଇ ଚାଲିଛନ୍ତି ବୋଲି ବକ୍ତାମାନେ କହିଥିଲେ ମାନବତାର ଉପାସକ, ବିଶିଷ୍ଟ ଶିକ୍ଷାବିତ ଓ ଭାରତୀୟ ଜନସଂଘର ସଂସ୍ଥାପକ ସ୍ୱର୍ଗତଃ ମୁଖାର୍ଜୀଙ୍କର ‘ଏକ ଦେଶ ମେଁ ଦୋ ନିସାନ ଦୋ ବିଧାନ ଦୋ ପ୍ରଧାନ ନହିଁ ଚଲେଗା’ ସ୍ଲୋଗାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାସ୍ତବତାରେ ପରିଣତ କରିପାରିଛନ୍ତି । ଏହି ‘ବଳିଦାନ ଦିବସ’ ପାଳନ ଅବସରରେ ଦେଶ ପ୍ରତି ଥିବା ନିଜର ଦାୟିତ୍ୱବୋଧତାକୁ ସୁଚାରୁ ରୂପେ ତୁଲାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ନେତାମାନେ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *