ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଛକ ସ୍ଥାନରେ ଟ୍ରାନ୍ସଫର୍ମର ତାର ମେଲା ମୁକୁଳା ହୋଇ ପଡି ରହିଛି । ଯାହା ଫଳରେ ସାଧାରଣ ଲୋକଙ୍କ ପାଇଁ ତାହା ପାଲଟିଛି ବିପଦକୁ ଆମନ୍ତ୍ରଣ କଲା ସଦୃଶ ।

ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆ ଯାଉନଥିବା ବେଳେ ଟ୍ରାନ୍ସଫର୍ମର ପାଖ ଦେଇ ଯିବା ଆସିବା କରୁଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି . ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ବିଭାଗୀୟ କର୍ତ୍ତୃପକ୍ଷ ଚୁପ ରହି ନିଦାବିଷ୍ଣୁ ପାଲଟିଛନ୍ତି । ଟ୍ରାନ୍ସଫର୍ମର ଚାରିପାଖରେ ତାରବାଡ଼ ନିର୍ମାଣ ପାଇଁ ନିୟମ ଥିଲେବି ତାହାକୁ ଫୁ କରିଛି ବିଭାଗ .

ଧନଜୀବନ ସୁରକ୍ଷା ପାଇଁ ଟ୍ରାନ୍ସଫର୍ମର ଚାରି ପାଖରେ ବାଡ ନିର୍ମାଣ ପାଇଁ ଅର୍ଥ ଵ୍ୟୟ ବରାଦ ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ନଦେବା ସାଧାରଣରେ ସୃଷ୍ଟି କରିଛି ଅସନ୍ତୋଷ . ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଲେ ଜନସାଧାରଣ ଉପକୃତ ହୋଇ ପାରନ୍ତେ ।