ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପତ୍ରିକା “ଓଡ଼ିଆ ପର୍ବ” ଦ୍ୱାରା ଆୟୋଜିତ ହୋଇଯାଇଛି ପୁରାଣ ମହୋତ୍ସବ . ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ କଡଵ ପଞ୍ଚାୟତର ଚଟୁଆ ଗ୍ରାମସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ .
ଜଗତସିଂହପୁର ସ୍ଥିତ ରେଢ଼ୁଆ ପଞ୍ଚାୟତ ଜଗନ୍ନାଥପୁର କ୍ରିୟାଯୋଗ ଆଶ୍ରମର ଗୁରୁ ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି , ଭୁବନେଶ୍ୱର ଶିବାନନ୍ଦ ବାଳକ ବିଦ୍ୟାଳୟର ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ଅତିଥି ଭାବରେ ଯୋଗଦାନ କରି ନୃସିଂହ ପୁରାଣ ବଢାଇବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଅନୁମୋଦିତ ସଂସ୍କୃତ ଭାଗବତର ଗଦ୍ୟ ଭାଗବତକୁ ପଠନ ଓ ସ୍ଥାପନ କରିଥିଲେ . ଓଡ଼ିଆ ପର୍ବ ପତ୍ରିକାର ସମ୍ପାଦକ ସନ୍ତୋଷ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ .
କାର୍ଯ୍ୟକ୍ରମ ଅବସରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଷ୍ଠାନ ତରଫରୁ ” ପୂଣ୍ୟଶ୍ଳୋକ ” ଉପାଧି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା . ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ସାରସ୍ୱତ ସାଧକ ଏବଂ ପ୍ରତିଭାମାନଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଛି . ହରିହର କାନୁନଗୋ , ଇଂ ବିଚିତ୍ରାନନ୍ଦ ପ୍ରଧାନ , ବିଭୁତିଭୂଷଣ ସ୍ୱାଇଁ , ପ୍ରଫେସର ବ୍ରଜେନ୍ଦ୍ରପ୍ରସାଦ ଦାସ , ସାମାଜିକ କର୍ମୀ ରାଜେନ୍ଦ୍ର ସାମନ୍ତରାୟ , ଚକ୍ଷୁ ଚିକିତ୍ସା ସହାୟକ ଅରବିନ୍ଦ ରାୟ , ପ୍ରବଚକ ପ୍ରଦୀପ୍ତ ବାହିନୀପତି, ସମାଜସେବୀ ପ୍ରଶାନ୍ତ ଜେନା , କବି ପ୍ରବୀର ମହାନ୍ତିଙ୍କୁ ପୂଣ୍ୟାତ୍ମା ଉପାଧି ପ୍ରଦାନ କରାଯାଇଥିଲା . ମଞ୍ଚରେ ଓଡ଼ିଆ ସଂସ୍କୃତିର ପ୍ରତୀକ ପାଲା ପରିବେଷଣ କରାଯିବ ସହିତ କାର୍ଯ୍ୟକ୍ରମ ଶେଷରେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ନାରାୟଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ .