ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ପଠାରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି । ବର୍ତ୍ତଣ୍ଡା ଓ ହରିପୁର ଅଞ୍ଚଳରେ କଳିଙ୍ଗନଗର ଉପଖଣ୍ଡର ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ଟିମ୍ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବର୍ତ୍ତଣ୍ଡା ଅଞ୍ଚଳରୁ ୫୦ ଲିଟର ଚୋରା ଦେଶୀ ମଦ, ଗୋଟିଏ ଛୋଟ ପାଣି ପମ୍ପ ଓ କିଛି ପ୍ଲାଷ୍ଟିକ ଡ୍ରମ୍ ଜବତ କରାଯାଇଥିବା ବେଳେ ପ୍ରାୟ ୮ ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ଏହି ଅଞ୍ଚଳରୁ କାହାକୁ ଗିରଫ କରାଯାଇନାହିଁ। ସେହିପରି ହରିପୁର ଅଞ୍ଚଳରେ ଚଢ଼ାଉ କରି ୧୦୦ ଲିଟର ଚୋରା ଦେଶୀ ମଦ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଥିସହ ପ୍ରାୟ ୨୮୦୦ ଲିଟର ପୋଚ ନଷ୍ଟ କରାଯିବା ସହ କିଛି ଆଲୁମିନିୟମ୍ ରୋଷେଇ ସାମଗ୍ରୀ ଜବତ ହୋଇଛି। ଉଭୟ ଅଞ୍ଚଳରେ ହୋଇଥିବା ଚଢ଼ାଉରେ ମୋଟ ୧୫୦ ଲିଟର ଚୋରା ଦେଶୀ ମଦ ଜବତ ଓ ୧୦ ହଜାର ୮୦୦ ଲିଟର ପୋଚ ନଷ୍ଟ କରାଯାଇଛି। ଏହି ଘଟଣାରେ ଦୁଇଟି ମାମଲା ରୁଜୁ ହେବାକୁ ଥିବା ଜଣାପଡ଼ିଛି। ଏନେଇ ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ପକ୍ଷରୁ ସୂଚନା ମିଳିଛି।
ବ୍ରାହ୍ମଣୀ ନଦୀ ପଠାରେ ଅବକାରୀ ବିଭାଗର ଚଢ଼ାଉ : ୧୦,୮୦୦ ଲିଟର ପୋଚ ନଷ୍ଟ – ଜଣେ ଗିରଫ !!!

