ବି.ବି.ହାଇସ୍କୁଲ ଛାତ୍ର ସାଇ ପ୍ରସନ୍ନଙ୍କ ଜାତୀୟ ଗଣତନ୍ତ୍ର ଦିବସ ଶିବିର – ୨୦୨୫ ରେ ଯୋଗଦାନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ବି.ବି.ହାଇସ୍କୁଲ ର ଏନ ସି ସି କ୍ୟାଡେଟ୍ ଶ୍ରୀମାନ ସାଇ ପ୍ରସନ୍ନଙ୍କ ଜାତୀୟ ଗଣତନ୍ତ୍ର ଦିବସ ଶିବିର -୨୦୨୫ ରେ ଯୋଗଦାନ । ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,୧୨ ଓଡ଼ିଶା ବାଟାଲିୟନ କାର୍ଯ୍ୟାଳୟ ଠାରେ କମାଣ୍ଡିଂ ଅଫିସର୍ ଲେଫ୍ଟନାଣ୍ଟ କର୍ଣ୍ଣେଲ ମାନସ ମିଶ୍ର, ପ୍ରାକ୍ତନ ଚିଫ୍ ଅଫିସର୍,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଡ଼ା.ଦେବୀ ପ୍ରସାଦ ମିଶ୍ର, ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳକ ଟ୍ରୁପ୍ ନମ୍ବର ୪୯ ର ଟ୍ରୁପ୍ କମାଣ୍ଡର୍ ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀଙ୍କ ସମ୍ମିଳିତ ସଫଳ ମାର୍ଗଦର୍ଶନରେ ନବମ ଶ୍ରେଣୀର ଛାତ୍ର ଶ୍ରୀମାନ ସାଇ ପ୍ରସନ୍ନ ବେହେରା ନୂଆଦିଲ୍ଲୀ ଜାତୀୟ ଗଣତନ୍ତ୍ର ଦିବସ ଶିବିର ରେ ଯୋଗଦାନ କରି ଢେଙ୍କାନାଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ, ଦଳ ବିମାନ ଯୋଗେ ଯାତ୍ରା କରି ଏହି ମାଇଲଖୁଣ୍ଟ ହାସଲ କରିବାରେ ଦେଶର ତୃତୀୟ ରାଜ୍ୟ ଭାବରେ ପରିଗଣିତ ହୋଇଛି । ଏହି ଏନ୍ ସି ସି କ୍ୟାଡେଟ ମାନେ ପ୍ରଧାନମନ୍ତ୍ରୀଙ୍କ ରାଲି ଏବଂ ସାଂସ୍କୃତିକ ପ୍ରତିଯୋଗିତା ସମେତ ଅନେକ ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଯାହାକି ଜାତୀୟ ମଞ୍ଚରେ ଓଡ଼ିଶାକୁ ଗର୍ବିତ କରି ପାରିଥିଲା । ବିଦ୍ୟାଳୟ ପ୍ରାର୍ଥନା ସଭା ରେ ପ୍ରଧାନ ଶିକ୍ଷୟିତ୍ରୀ , ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଶ୍ରୀମାନ ସାଇ ପ୍ରସନ୍ନଙ୍କୁ ଶୁଭେଛା ଜଣାଇଥିଲେ ।

 

 

Leave a Reply

Your email address will not be published. Required fields are marked *