ଗୁଳି ଫୁଟାଇ ଟଙ୍କା ଲୁଟିଲେ ଦୁର୍ବୁତ୍ତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗୁଳି ଫୁଟାଇ ଟଙ୍କା ଲୁଟିଲେ ଦୁର୍ବୁତ୍ତ ଢେଙ୍କାନାଳ ବଳଦିଆ ବନ୍ଧ ପେଟ୍ରୋଲ ପମ୍ପ ରୁ ଲୁଟ . ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ନିକଟରେ କିଛି ଦୁର୍ବୁତ୍ତ ଗୁଳିକାଣ୍ଡ କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଛଅ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଗୁଳିକାଣ୍ଡରେ ପେଟ୍ରୋଲ ପମ୍ପ କର୍ମଚାରୀ ମାନବେନ୍ଦ୍ର ଦାଶ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି ହୋଇ ଚିକିର୍ତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଅପରାହ୍ନ ସମୟରେ ଛଅ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏହି କର୍ମଚାରୀ ପେଟ୍ରୋଲ ପମ୍ପରୁ ନେଇ ବାହାରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା କିଛି ଦୁର୍ବୃତ ଗୁଳିକାଣ୍ଡ କରି ଟଙ୍କା ବ୍ୟାଗ ଧରି ଫେରାର ହୋଇ ଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏହା ସହିତ ଢେଙ୍କାନାଳର ପୋଲିସ କଟକ ପୋଲିସ ସହିତ ଯୋଗାଯୋଗ ରଖି ଅପରାଧୀ ମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । ଘଟଣା ସ୍ଥଳରେ ଢେଙ୍କାନାଳର ଏସପି କେ. ଶିବା ସୁବ୍ରମଣି ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ ।

Leave a Reply

Your email address will not be published. Required fields are marked *