ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜଗବନ୍ଧୁପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀ ପାରିବାରିକ କଳହ ଲାଗି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ଜଗବନ୍ଧୁପୁର ଗ୍ରାମର ବସନ୍ତ ମାଝୀଙ୍କ ଝିଅ ବର୍ଷାରାଣୀ ମାଝୀ ଆଜି ପୂର୍ବାହ୍ନରେ କୌଣସି କାରଣବଶତଃ ଘର ବାରିପଟେ ଏକ ଗାମୁଛାକୁ ରଶି କରି ନିଜ ବେକରେ ଲଗାଇ ଝୁଲି ଯାଇଥିଲେ । ତେବେ ପରିବାର ଲୋକ ଏହା ଜାଣିଲା ପରେ ସଙ୍ଗେ ସଙ୍ଗେ ବର୍ଷାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅଭିଯୋଗ ପାଇ ନାଚୁଣୀ ଫାଣ୍ଡି ପୋଲିସ ଏଏସଆଇ ହାଡିବନ୍ଧୁ ନାୟକ ଘଟଣାସ୍ଥଳରେ ପହଞ୍ଚି ବର୍ଷାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବାଣପୁର ମେଡିକାଲ ପଠାଇ ଦେଇଛନ୍ତି । ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୨୦/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ସୂଚନା ଦେଇଛନ୍ତି । ତେବେ ଏହା ପଛରେ ପାରିବାରିକ କଳହ ରହିଥିବାର ପୋଲିସ ପ୍ରାଥମିକ ତଦନ୍ତରେ ଅନୁମାନ କରୁଛି ।
ବେକରେ ଗାମୁଛା ଲଗାଇ ଯୁବତୀଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ ଜାରି !!!

