ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କଟକଣା ଭିତରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା . କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବାଣପୁର ଅଞ୍ଚଳର ସମସ୍ତ ଶୈବ ପୀଠ ଗୁଡିକରେ ୧୪୪ ଧାରା ଲାଗୁ କରାଯାଇଥିଲା . ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ର ବାଣପୁର ଅଞ୍ଚଳରେ ଥିବା ମନ୍ଦିର ଗୁଡ଼ିକରେ ଜିଲ୍ଲା ପ୍ରଶାସନ ଦ୍ୱାରା ଧାରା ୧୪୪ ଜାରି କରାଯାଇଥିଲା । କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ନିର୍ଦ୍ଦେଶନାମା ଜାରି କରିଥିବା ସମୟରେ ବାଣପୁର ତହସିଲଦାର, ଚିଲିକା ତହସିଲଦାର, ବାଣପୁର ଆଇଆଇସି ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା , ଏପରିକି ସମସ୍ତ ଶିବ ମନ୍ଦିର ସମ୍ମୁଖରେ ସର୍ବସାଧାରଣଙ୍କ ନିମନ୍ତେ ନୋଟିସ ମଧ୍ୟ ମରାଯାଇଥିଲା । ଅନୁରୂପ ଭାବେ ପ୍ରମୁଖ ଶିବ ମନ୍ଦିରଗୁଡିକ ସମ୍ମୁଖରେ ପୋଲିସ ପ୍ରଶାସନ ଦ୍ୱାରା ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲା । ତେବେ ବାଣପୁର ସମେତ ଆଖପାଖ ଅଂଚଳରେ ପ୍ରଶାସନର ଗାଇଡ଼ ଲାଇନ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଯାଇଛି ।
କଟକଣା ଭିତରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା !!!

