ଭୁବନେଶ୍ୱର ( ଆୱାଜ ମିଡିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ସାମାଜିକ ସଂଗଠନ ଲୋକ ବିକାଶ ଫାଉଣ୍ଡେସନ ର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାଜଧାନୀର ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ଆଲୋଚନାଚକ୍ର “ଗଣତାନ୍ତ୍ରିକ ରାଷ୍ଟ୍ର ଓ ସମାଜସେବା ” ଶୀର୍ଷକ ଆଲୋଚନଚକ୍ର କୁ ପ୍ରାକ୍ତନ ଜିଲ୍ଲା ଜଜ୍ ଉମଚରଣ ମିଶ୍ର ଉଦଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ସମୟରେ ଆବାହକ କାଳୀଚରଣ ସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପୁଣ୍ୟ ଉତ୍କଳ ର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ମତ ବ୍ୟକ୍ତ କରିଥିଲେ ।
ଲୋକ ବିକାଶ ଫାଉଣ୍ଡେସନ ର ଚତୁର୍ଥ ବାର୍ଷିକ ଉତ୍ସବ ।।

