ବାଙ୍କୀ ର ଦୁଇ ସାମ୍ବାଦିକ ଭୁବନେଶ୍ୱର ରେ ସମ୍ବର୍ଦ୍ଧିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ସଂଗଠନର ବାର୍ଷିକ ଉତ୍ସବ ଅବସରରେ ବାଙ୍କୀର ଦୁଇ ଗଣମାଧ୍ୟମ ପ୍ରତିନିଧି ସମ୍ବର୍ଦ୍ଧିତ . ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲୋକ ବିକାଶ ଫାଉଣ୍ଡେସନ ର ଚତୁର୍ଥ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି . ସମାଜସେବା , କଳା , ସାହିତ୍ୟ , ଚିକିତ୍ସା , ଉଦ୍ୟୋଗ ଏବଂ ସାମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କର ଯାଇଥିବା ସମୟରେ ବାଙ୍କୀର ଦୁଇଜଣ ସାମ୍ବାଦିକଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ . ଦୈନିକ ସମାଜର ପ୍ରତିନିଧି ମାନସ ରଞ୍ଜନ ସାହୁ ଏବଂ ନିର୍ଭୟର ର ପ୍ରତିନିଧି ପ୍ରତାପ ନାୟକଙ୍କୁ ଲୋକ ବିକାଶ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି .

Leave a Reply

Your email address will not be published. Required fields are marked *