ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଟାଉନ ହଲ ରେ ଆୟୋଜିତ ହୋଇଯାଇଛି ଏଆଇଡିୱାଇଓ ର ବାର୍ଷିକ ଯୁବ ସମାବେଶ . ରାଜ୍ୟର ସମସ୍ତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ ସହିତ ମଦ ମାଦକ ଦ୍ରବ୍ୟ ଏବଂ ଅଶ୍ଲୀଳତାର ପ୍ରଚାର ପ୍ରସାର ବନ୍ଦ ଦାବୀ କରିଛି ଏହି ବିପ୍ଲବୀ ଯୁବ ସଂଗଠନ . କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ସମସ୍ତ ଜିଲ୍ଲାର ପ୍ରତିନିଧି ମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ଭାରତୀୟ କମିଟି ସାଧାରଣ ସମ୍ପାଦିକା କମ୍ରେଡ ପ୍ରତିଭା ନାୟକ ଯୋଗଦେଇ ରକ୍ତ ପତାକା ଉତ୍ତୋଳନ କରିଥିଲେ .


