ବେଆଇନ ଚାଲାଣ ବେଳେ ଚଢ଼ାଉ : ୬ଟି ପଥର ବୋଝେଇ ଟ୍ରକ ଜବତ !!!

0
212

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲଗାତାର ଚଢ଼ାଉ, ଜବତ ଓ କାର୍ଯ୍ୟାନୁଷ୍ଠାନ ପରେ ବି ଥମିବାର ନାଁ ଧରୁନି ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ . ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଶହ ଶହ ଭାରୀଯାନ ଓ ମାଲବାହୀ ଗାଡ଼ିରେ ଚୋରା ମାଙ୍କଡ ପଥର, ଚିପ୍ସ , ମୋରମ ଚାଲାଣ ହେଉଛି . ତେବେ ନିୟମିତ ବ୍ୟବଧାନରେ ବେଗୁନିଆ ରାଜସ୍ୱ ବିଭାଗ ଏବଂ ଥାନା ପକ୍ଷରୁ କରାଯାଉଛି ଚଢ଼ାଉ .

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପଥର ବୋଝେଇ ୬ ଗୋଟି ଟ୍ରକକୁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ବେଗୁନିଆ ଜବତ କରିଛନ୍ତି . ବେଗୁନିଆ ଥାନା ପୁଲିସ ସହଯୋଗରେ ରେଡ କରାଯାଇଥିବା ସମୟରେ ରାତି ତମାମ ପେଟ୍ରୋଲିଙ୍ଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here