12 total views , 1 views today
ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାରଣା ହାତୀକୁ ଟ୍ରାଙ୍କୁଲାଇଜ୍ ବେଳେ ଅଘଟଣ ଘଟିଛି । ମାରଣା ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯିବା ବେଳେ ହାତୀର ପାଲଟା ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜ୍ ଗୟାବନ୍ଧ ନିକଟ ମୁଣ୍ଡା ଆମ୍ବ ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଟାଙ୍ଗୀ ବନ ଖଣ୍ଡରେ ହାତୀ ଉପଦ୍ରବ ବଢୁଥିବାରୁ ହାତୀ ସୁରକ୍ଷା ଓ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରୟାସ କରାଯାଉଥିଲା । ବନ ବିଭାଗ ପକ୍ଷରୁ ଗୋଟିଏ ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଟ୍ରାଙ୍କୁଲାଇଜ୍ ବେଳେ ହାତୀ ପାଲଟା ଆକ୍ରମଣ କରିବାରୁ ଜଣେ ଫରେଷ୍ଟର ସହ ୪ ଜଣ ଗୁରୁତର ଆହତ ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱେର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆହତ ହୋଇଥିବା ଫରେଷ୍ଟର ଜଣକ ହେଲେ ଟାଙ୍ଗୀ ରେଂଜ୍ ର ସିଦ୍ଧୁ ସିଂ, ଖୋର୍ଦ୍ଧା ଏସିଏଫ୍ ଅରବିନ୍ଦ ମହାନ୍ତିଙ୍କ ସହ ଟ୍ରାଙ୍କୁଲାଇଜ୍ ଟିମ୍ ର ୨ ଜଣ ସଦସ୍ୟ ଥିବା ଜଣା ପଡିଛି । ହାତୀକୁ ମୁଣ୍ଡା ଆମ୍ବ ଜଙ୍ଗଲରେ ଭୋର୍ ୫.୩୦ ମିନିଟ୍ ସମୟରେ କରାଯାଇଥିଲା ଟ୍ରାଙ୍କୁଲାଇଜ୍ । ହାତୀକୁ ଟ୍ରାଙ୍କୁଲାଇଜ୍ ର କିଛି ସମୟ ପରେ ବନ କର୍ମଚାରୀ ହାତୀ ନିକଟକୁ ଯିବା ବେଳେ ହାତୀ କରିଥିଲା ପାଲଟା ଆକ୍ରମଣ । ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଦଉଡି ପଳାଇବା ବେଳେ ଅଘଟଣ ଘଟିଥିଲା । ଟ୍ରାଙ୍କୁଲାଈଜ୍ କରାଯାଇଥିବା ହାତୀ ଏବେ ସୁସ୍ଥ ଥିବା ବେଳେ ଜଙ୍ଗଲ ମଧ୍ୟ୍ୟକୁ ପଳାଇ ଯାଇଥିବା ସୂଚନା ରହିଛି ।