ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଚିଲିକାରେ ବିଜେଡିର ଗଣଧାରଣା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ପୂର୍ବ ଘୋଷଣା ମୁତାବକ ଆଜିଠାରୁ ଆସନ୍ତା ତିନି ଦିନ ଧରି ରାଜ୍ୟର ସମସ୍ତ ଆରଡ଼ିସି ଜୋନ ଏବଂ ଏହା ଅନ୍ତର୍ଗତ ବ୍ଲକଗୁଡ଼ିକ ସମ୍ମୁଖରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ସମ୍ମୁଖରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିବାଦ ସଭାରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳର ଶହ ଶହ କର୍ମକର୍ତ୍ତା ମାନେ ସାମିଲ ହେବା ସହ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ । କେନ୍ଦ୍ର ସରକାର ଦର ହ୍ରାସ ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମୀ ମାନେ ଚେତାବନୀ ଦେଇଛନ୍ତି । ଅନୁରୂପ ଭାବେ ଚିଲିକା ବ୍ଲକ ସମ୍ମୁଖରେ ବିଜେଡ଼ିର ଶତାଧିକ କର୍ମୀ ଧାରଣାରେ ବସିଛନ୍ତି । ସାଢେ ତିନି ବର୍ଷରେ ଯେଉଁଭଳି ଭାବେ ଗ୍ୟାସ ଦର ବୃଦ୍ଧି ପାଇଛି, ତାହାକୁ ନେଇ ବିଜେଡ଼ି ପକ୍ଷରୁ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଉଛି । ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରକୁ ବିଜେଡ଼ି ଟାର୍ଗେଟ କରିଛି ।

Leave a Reply

Your email address will not be published. Required fields are marked *