ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ତରଫରୁ ତିନି ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି . ଏଥିରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ . ଏହି ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରମୋଦ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ . ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ମହାପାତ୍ର ସଂକୁଳ ସ୍ତରୀୟ ତାଲିମ ଶିବିର ର ବିଶେଷତ୍ୱ ଉପରେ ମତ ପ୍ରଦାନ କରିଥିଲେ .

ରାଜନୀତି ବିଜ୍ଞାନର ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ରେଡକ୍ରସର ଇତିହାସ , ବିକାଶ ଏବଂ ରେଡକ୍ରସର ମୁଖ୍ୟ ନୀତି ବିଷୟରେ ସୁନ୍ଦର ଭାବରେ ବୁଝାଇଥିଲେ . ବାଣପୁର ଆଇସିଟିସି କାଉନସେଲର ଅଶୋକ କୁମାର ବେହେରା ଯୋଗଦେଇ ଏଚଆଇଭି ଏଡ଼ସର କାରଣ ନିରାକରଣ ବିଷୟରେ ବୁଝାଇଥିଲେ . ସାଧନ କର୍ମୀ ଓଡ଼ିଶା ବିଭାଗର ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ରମ ଭିତ୍ତିକ ପରୀକ୍ଷଣ ପ୍ରଦାନ କରିଥିଲେ . ଗୋଦାବରୀଶ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏପପିଏନ ଏସ ବର୍ମା ଏବଂ ବାଣପୁର ଡିଗ୍ରୀ କଲେଜର ଅଧ୍ୟାପକ ସନ୍ତୋଷ କୁମାର ରଥ ଯୋଗଦାନ କରି ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ . ଯୁବ ରେଡକ୍ରସ ପରାମର୍ଶ ଦାତା ସୁଜିତ କୁମାର ପାଣ୍ଡେ ସଭାକାର୍ଯ୍ୟ ପରିଚାଳନା କରିଥିଲେ . ଏହି ଏହି ତାଲିମ ଶିବିରରେ ଗୋଦାବରୀଶ ମହାବିଦ୍ୟାଳୟ , ରୁରାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବାଲୁଗାଁ ଡିଗ୍ରୀ କଲେଜରୁ ପ୍ରାୟ ୨୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ . ଯୁବ ରେଡକ୍ରସ ପରାମର୍ଶ ଦାତା ରଶ୍ମିତା ମହାରଣା ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ ।

