ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର ତିଆରି କରି ଠିକାଦାର ଫେରାର !!!

Spread the love

ଢେଙ୍କାନାଳ ( ଆୱାଜ ) ମିଡ଼ିଆ – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ପଞ୍ଚାୟତ ଜାଙ୍ଗୁ ଠାରୁ ଗତରେଇ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନକୁ ବାଟ ମରଣା କରାଯାଇଥିବାର ଅଭିଯୋଗ ଆସିଛି . ରାତି ଅଧିରେ ନିମ୍ନମାନର ରାସ୍ତା ତିଆରି କରି ଠିକାଦାର ପଳେଇ ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । 24 ଘଣ୍ଟା ନ ପୂରୁଣୁ ରାସ୍ତାରୁ ପିଚୁ ଉଠି ଗଲାଣି , କିନ୍ତୁ ଠିକାଦାର କିଏ ତାହା ଜଣା ପଡି ନାହିଁ ! ଯାତାୟାତ ସମୟରେ ସ୍କୁଲ ଛାତ୍ରଛାତ୍ରୀ ଏପରିକି ମେଡିକାଲ ଯିବା ଆସିବା ସମୟରେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି । ଠିକାଦାର ଜଣକ ଜାଙ୍ଗୁ ଠାରୁ ଗତରେଇ ପ୍ରଧାନମନ୍ତ୍ରୀ ସଡ଼କ ଗୋଟେ ଇଞ୍ଚ ବି ପିଚୁ ପକାଇ ନାହାନ୍ତି । ଏ ବିଷୟରେ ପରଜଙ୍ଗ ଆରଡବ୍ଲୁ ସବ-ଡ଼ିଭିଜନ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ କିନ୍ତୁ ଏ ସମ୍ପର୍କରେ କୌଣସି ପତିକ୍ରିୟା ମିଳିପାରିଲା ନାହିଁ ! ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *