ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବାସୁଦେବ ପାଇକରାୟ ଅବସର ଗ୍ରହଣ କରିଛନ୍ତି l ବାସୁଦେବ ପାଇକରାୟ ଥିଲେ ଛାତ୍ର ବତ୍ସଳ ଶିକ୍ଷକ , ଶିକ୍ଷକତାକୁ ପେଶା ଭାବରେ ନୁହଁ , ନିଶା ଭାବରେ ଗ୍ରହଣ କରିଥିଲେ ସେ l ଆଜି ବୃତ୍ତିଗତ ଜୀବନରୁ ସମ୍ପୂର୍ଣ ଭାବରେ ବିରାମ ନେଇଛନ୍ତି ଶ୍ରୀଯୁକ୍ତ ପାଇକରାୟ l

ଶିକ୍ଷକତା ଜୀବନ କାଳ ଭିତରେ ଏକାଧିକ ଛାତ୍ର ଛାତ୍ରୀ ମାନଙ୍କ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିଛନ୍ତି ଶ୍ରୀଯୁକ୍ତ ପାଇକରାୟ l ସେଥିପାଇଁ ତ ଆଜି ବିଦାୟକାଳୀନ ସଭାରେ ସମସ୍ତେ କହିଥିଲେ ହେ ମଣିଷ ଗଢ଼ାଳି କାରିଗର l ବୃତ୍ତିଗତ ଜୀବନରେ ବାସୁଦେବ ସମସ୍ତଙ୍କ ସହିତ ବହୁତ ଭଲ ଭାବରେ ମିଶୁଥିଲେ . ମୋଟାମୋଟି ଭାବରେ କହିବାକୁ ଗଲେ ଖୁବ ମେଳାପୀ ହେବା ସହିତ ସମୟାନୁବର୍ତ୍ତୀ, ସତ୍ୟନିଷ୍ଟ, ମିଷ୍ଟଭାସି ଓ ପରୋପକାରୀ ଥିଲେ l ଏଭଳି ଏକ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଙ୍କ ବିଦାୟ ଉତ୍ସବରେ ସମ୍ପୂର୍ଣ ପରିବେଶ ଭାବବିହ୍ଵଳ ହୋଇ ପଡ଼ିଥିଲା ।

