ବ୍ରାଉନ ସୁଗାର ବ୍ୟବସାୟୀ ଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ପ୍ରଶାସନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ସାମନ୍ତରାପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ଭୁଜବଳ ଓ ତାଙ୍କ ପୁଅ ସୋମନାଥ ଭୁଜବଳ ବ୍ରାଉନ ସୁଗାର ବ୍ୟବସାୟ କରି ଅନେକ ଗାଡି, ଦୁଇ ମହଲା କୋଠା ସମେତ ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତି ଆନୁମାନିକ ୨ କୋଟି ୩୪ ଲକ୍ଷ ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଭୁବନେଶ୍ୱର କେନ୍ଦ୍ରାଞ୍ଚଳ ଆଇଜିଙ୍କ ନିର୍ଦେଶରେ ଖୋର୍ଦ୍ଧା ଆରକ୍ଷୀ ଅଧିକାରୀ ରାଜ କିଶୋର ଦୋରା ଆଦର୍ଶ ଥାନା ଅଧିକାରୀ ଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ପରେ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ ଗୋଟି ପୃଥକ ଟିମ ଗଠନ କରି ତଦନ୍ତକୁ ତ୍ୱରାନ୍ୱିତ କରି କଲିକତା ସ୍ଥିତ ସକ୍ଷମ ପ୍ରାଧିକାରୀଙ୍କ ନିକଟରେ ଆୟ ବର୍ହିଭୁତ ସମ୍ପତି ରଖିବା ଅଭିଯୋଗରେ ବାଜ୍ୟାପ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରଶାସନର ବିନା ଅନୁମତିରେ ପରିବାରର ସଦସ୍ୟ ହୁଅନ୍ତୁ ଅବା ଯେ କେହି ବ୍ୟକ୍ତି ସମ୍ପତି ବିକ୍ରୀ କରିବା ଓ ସ୍ଥାନାନ୍ତରିତ କରିପାରିବେ ନାହିଁ ବୋଲି ବୋଲି ଏସପି ପ୍ରେସ ମିଟରେ ଜଣାଇଛନ୍ତି । ପୁରୀ ବାସେଳି ସାହି ସ୍ଥିତ ଥାନାରେ ଦୁଇଟି କେସରେ କୃଷ୍ଣଚନ୍ଦ୍ର ଓ ପୁଅ ସୋମନାଥ ଗିରଫ ହୋଇ ଜେଲରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *