ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଲୋକଙ୍କ ପାଖରେ ପହଞ୍ଚୁନି ହରିଶ୍ଚନ୍ଦ୍ର ଯୋଜନା ଅର୍ଥ . କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣୀଆଁ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏପରି ଘଟଣା | ସରକାର ହରିଶ୍ଚନ୍ଦ୍ର ଯୋଜନାରେ ମୃତ ଲୋକଙ୍କ ପରିବାର କୁ ଶୁଦ୍ଧି କ୍ରିୟା କରିବା ଲାଗି ଅର୍ଥ ରାଶି ଯୋଗାଇ ଆସୁଛନ୍ତି | ହେଲେ ଅସାଧୁ କର୍ମଚାରୀ ମାନଙ୍କ କାରଣରୁ ଲୋକଙ୍କ କାମରେ ଆସୁନି ଏହି ଯୋଜନା | ଗ୍ରାମ ର ଇଚ୍ଛା ରାଣୀ ସିଂହ ଙ୍କ 18.6.2018 ରେ ମୃତୁ ହୋଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ଏ ପର୍ଯନ୍ତ ହରିଶ୍ଚନ୍ଦ୍ର ଯୋଜନାରେ କୌଣସି ଟଙ୍କା ପାଇ ପାରି ନାହାନ୍ତି | ସେଇପରି ଭାବେ ରହଣିଆ ପଞ୍ଚାୟତ ର ଦୁଃଖି ପୃଷ୍ଟି ଙ୍କର 1.1.2018 ରେ ମୃତୁ ହୋଇଥିଲା . ତାଙ୍କ ପରିବାର ଲୋକେ ମଧ୍ୟ ଏପର୍ଯ୍ୟନ୍ତ ହରିଶ ଚନ୍ଦ୍ର ଯୋଜନାରେ ରେ କୌଣସି ଟଙ୍କା ପାଇପାରି ନାହାନ୍ତି | ଖାଲି ଏତିକି ନୁହଁ ଏହି ପଞ୍ଚାୟତ ରେ ଅନେକ ପରିବାରବ ଅଛନ୍ତି ଯିଏ କି ହରିଶ୍ଚନ୍ଦ୍ର ଯୋଜନା ରୁ ବଞ୍ଚିତ ହୋଇ ରହିଛନ୍ତି | ପଞ୍ଚାୟତ ଅଫିସ ରୁ ଆରମ୍ଭ କରି ବ୍ଲକ ଅଫିସ ଯେତେ ଦୌଡ଼ିଲେ ବି କୌଣସି ସୁଫଳ ପାଇଁ ପାରୁ ନାହାନ୍ତି ସାଧାରଣ ଲୋକେ | ଲୋକଙ୍କ ଲଗାତାର ଅଭିଯୋଗ ପରେ ସୁଦ୍ଧା ପଦକ୍ଷେପ ନେଉନି ପ୍ରଶାସନ . ତେବେ ଦେଖିବାକୁ ବାକି ରହିଲା କେବେ ଏହି ଘଟଣା କୁ ଦୃଷ୍ଟି କୁ ନେଉଛନ୍ତି ସରକାର, ଆଉ କେବେ ମିଳୁଛି ହିତାଧିକାରୀ ଙ୍କୁ ତାଙ୍କର ଟଙ୍କା |