ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଶିମିଳିପଡ଼ା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିୟର ଜବତ କରାଯାଇଛି । ଅବକାରୀ ବିଭାଗର ମୋବାଇଲ ଓ ସଦର ରେଞ୍ଜ ପକ୍ଷରୁ ବୁଧବାର ଏହି ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ବିଭାଗ ଏକ ମିନିଟ୍ରକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ରିପୋର୍ଟ ମୁତାବକ, ବୁଧବାର ଏକ ମିନି ଟ୍ରକରେ ୩୭୫ କେସ୍ ବା ୪୫୦୦ ବୋତଲ ବିୟର ବିନା ପରମିଟରେ କାଣ୍ଡସର ଅଞ୍ଚଳକୁ ବିକ୍ରି ପାଇଁ ଯାଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା । ଖବର ପାଇ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ମିନି ଟ୍ରକ ସହ ବିୟର ଜବତ କରାଯିବା ସହ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଗିରଫ ଜଣକ ହେଲେ ଚାଳକ ରବୀନ୍ଦ୍ର ଜେନା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଶିମିଳିପଡ଼ା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ !!!

