ଭାଲୁକାନ୍ତିଆ ମୁଖ୍ୟ ରାସ୍ତାରୁ ଅଜଣା ଆହତ ବ୍ୟକ୍ତି ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଓଳିଆ ପଞ୍ଚାୟତ ପାଖ ଭାଲୁକାନ୍ତିଆ ରାସ୍ତାରେ ଗୁରୁବାର ଦିବା 11 ଘଟିକା ସମୟରେ ଜଣେ ବ୍ୟକ୍ତିଙ୍କର ବାଇକ ଦୁର୍ଘଟଣା ଘଟିଥିଲା . ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ବେହୋସ୍ ହୋଇ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ସରକାରୀ 108 ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ଅଜଣା ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି . ଆହତଙ୍କର ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ପରିଚୟ ମିଳି ପାରିନାହିଁ .

Leave a Reply

Your email address will not be published. Required fields are marked *