ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ର ବଡ଼ ଦୁରୁପା ଗ୍ରାମର ରମେଶ ମଲ୍ଲିକ ଏକ ବର୍ଷ ହବ ମୁଖ ଗହ୍ୱର କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି । ରମେଶ ଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସାରେ ବାଧା ସୃଷ୍ଟି ହୋଉଥିବା ବେଳେ ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ସାରସଧର ସାହୁ ଖବର ପାଇ ନିଜର ମାନବିକତା ଦେଖାଇବା ସହ ଆଜି ଜିଲ୍ଲାପାଳ ନୟାଗଡ଼ ଙ୍କ ନିକଟ କୁ ରମେଶ ଙ୍କୁ ନେଇ ସରକାରୀ ସାହାଯ୍ୟ ବ୍ୟବସ୍ଥା କରାଇଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ସରପଞ୍ଚ ଏକ ଆମ୍ବୁଲାନ୍ସ ଯୋଗେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ପଠାଇବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ମଧ୍ୟ ଜଣାଇଛନ୍ତି।
ମାନବିକତା ଦେଖାଇଲେ କାପ୍ତାପଲ୍ଲୀ ସରପଞ୍ଚ !!!

