ଅମୃତ ଯୋଜନା ମାଧ୍ୟମରେ ପୁଷ୍କରିଣୀ ଖନନ ପାଇଁ ଶିଳାନ୍ୟାସ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ଅଧିନ ବାରବାଟୀ ଗ୍ରାମରେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଅର୍ଥ ବ୍ୟୟ କରାଯାଇଛି । ଜଳର ସଦୁପଯୋଗ ଓ ସ°ରକ୍ଷଣ କରିବା ପାଇଁ ଲକ୍ଷ୍ୟ ରଖି ଅମୃତ ଯୋଜନା ମାଧ୍ୟମରେ ପୁଷ୍କରିଣୀ ଖନନ ପାଇଁ ଶିଳାନ୍ୟାସ ହୋଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ଅକୃର ସ୍ୱାଇଁ , ରଞ୍ଜନ ପ୍ରଧାନ , ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ସମେତ ଗ୍ରାମର ଶତାଧିକ ବ୍ୟକ୍ତି ସାମିଲ ଥିଲେ । ପୂଜାର୍ଚ୍ଚନା ପରେ ନଡିଆ ଭାଙ୍ଗି ଶିଳାନ୍ୟାସ କରାଯାଇଥିଲା । ଏହି ପୁଷ୍କରିଣୀ ଖନନ ପାଇଁ ୧୯ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ମା” ପୂର୍ଣ୍ଣମାସୀଙ୍କ ପୀଠ ନିକଟରେ ଥିବା ଖୋଲା ପଡିଆରେ ଏହି ପୁଷ୍କରିଣୀ ଖନନ କାର୍ଯ୍ୟ ହେବ ପରେ ଗ୍ରାମରେ ଥିବା ଜନସାଧାରଣ ଉପକୃତ ହୋଇ ପାରିବେ।

Leave a Reply

Your email address will not be published. Required fields are marked *