ଖସୁଛି ପାରଦ : କନ୍ଧମାଳରେ ଅସହ୍ୟ ହେଲାଣି ଥଣ୍ଡା !!!

Spread the love

ଦାରିଙ୍ଗବାଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା…

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜି ଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଥଣ୍ଡା ଅସହ୍ୟ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ପାରଦ ନିମ୍ନଗାମୀ ହେଉଛି । ଗତ ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା କମିଛି । ଶୁକ୍ରବାର ଦିନ ୧୩ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଶନିବାର ଦିନ ୨ ଡିଗ୍ରୀ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିଅସରେ ପହଂଚିଥିଲା ସର୍ବନିମ୍ନ ତାପମାତ୍ରା । ପୁଣି ରବିବାର ଦିନ ୨ ଡିଗ୍ରୀ ତାପମାତ୍ରା ହ୍ରାସ ପାଇ ଆଜି ୯ ଡିଗ୍ରୀରେ ପହଞ୍ଚିଛି । ଯାହାକି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ତାପମାତ୍ରା ହ୍ରାସ ପାଇବା ଫଳରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଲୋକେ ସକାଳୁ ଉଠିବା କଷ୍ଟସାଧ୍ୟ ହେଉଥିବା ବେଳେ ସଠିକ ସମୟରେ କାମଧନ୍ଦାକୁ ଯାଇପାରୁନାହାନ୍ତି ।

ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ପାନୀୟ ଜଳ ବ୍ୟବହାର କରୁଥିବା ବେଳେ ସକାଳେ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି । ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।ଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ଯୋଗୁ ସକାଳୁ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି lସୂଚନାନୁଯାୟୀ, ଗତ କିଛିଦିନ ହେଲା ଲଘୁଚାପ ଜନିତ ବର୍ଷା ଏବଂ ପାଗ ମେଘୁଆ ଯୋଗୁ କେବଳ ଦିନରେ ଶୀତ ଅନୁଭୂତ ହେବା ତାପମାତ୍ରା ବୃଦ୍ଧି ପାଇ ୧୭ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବା ସହ ରାତିରେ ଶୀତ ଜଣାପଡୁ ନ ଥିଲା ା କିନ୍ତୁ ଏବେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ବିଳମ୍ବିତ ରାତି ଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ଶୀତ ଦ୍ୱିଗୁଣିତ ହୋଇଛି। ଚଳିତ ବଷ ଏହା ଦ୍ୱୀତିୟଥର ପାଇଁ ପାରଦ ଖସି ୯ରେ ପହଞ୍ଚିଥିବା ବେଳେ ପ୍ରଥମଥର ପାଇଁ ଚଳିତ ମାସ ୭ରେ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା l

Leave a Reply

Your email address will not be published. Required fields are marked *