ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ପକ୍ଷୀମାନଙ୍କ ଭିଡ ଜମିବା ଆରମ୍ଭ ନହେଉଣୁ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି । ବନ୍ୟପ୍ରାଣୀ ବିଭାଗକୁ ଖାତିର ନକରି ଦିନ ବେଳେ ମଧ୍ୟ ପକ୍ଷୀ ଶୀକାର କରିବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି ଶିକାରୀ । ତେବେ ପକ୍ଷୀ ଶୀକାର କରିବା ବେଳେ ଆଜି ଜଣକୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ । ଟାଙ୍ଗୀ ରେଞ୍ଜ ଅଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ । ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ ଟି ଲାର୍ଜ୍ ହୁଇସଲିଙ୍ଗ ଡକ୍ ଏପରି ୬ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ୍ୟପ୍ରାଣୀ ବିଭାଗ । ଗିରଫ ଶିକାରୀ ଜଣକ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆ ପାଟଣା ଗ୍ରାମର ବିଦ୍ୟାଧର ରାଉତ । ଶିକାରୀ ମାନେ ନୀରୀହ ପକ୍ଷୀ ମାନଙ୍କୁ କଇଁ ଫୁଲ କେଶରରେ ଫ୍ଲୁରାଡନ୍ ଭଳି ମାରାତ୍ମକ ବିଷ ଦେଇ ଶୀକାର କରୁଥିବା ଜଣା ପଡିଛି । ଗିରଫ ଶୀକାରିଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ବିଭାଗ ତରଫରୁ ସୂଚନା ଦିଆ ଯାଇଥିବା ସମୟରେ ବନ୍ୟ ପ୍ରାଣୀ ବିଭାଗ ପେଟ୍ରୋଲିଂ କରୁନଥିବା ଯୋଗୁଁ ଏଭଳି ଶୀକାର ବୃଦ୍ଧି ପାଉଥିବା ଜନ ସାଧାରଣ ମତ ପ୍ରକାଶ କରିଛନ୍ତି ।
ଚିଲିକାରେ ପୁଣି ମାତିଲେ ପକ୍ଷୀ ଶୀକାରୀ : ୬ ମୃତ ବିଦେଶୀ ପକ୍ଷୀ ସହ ଜଣେ ଗିରଫ !!!

