ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ଜଙ୍ଗଲକୁଦା ନିକଟରେ ଆଜି ସକାଳେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ପଡ଼ି ରହିଛି । ମହିଳା ଜଣକ ହେଲେ ହରିକୁଣ୍ଡ ବରଡ଼ି ଅଞ୍ଚଳର ମୃତ ବିଜୟ ବରାଳଙ୍କ ପତ୍ନୀ ରମା ଦେଇ (୬୦) ବୋଲି ଜଣାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନାଚୁଣୀ ଫାଣ୍ଡି ଏଏସଆଇ ହାଡିବନ୍ଧୁ ନାୟକ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର !!!

