ଗୋଟିଏ ଦିନରେ ଦୁଇ ଦୁଇଟି ଲୁଟ : ଦିବାଲୋକରେ ଚୋରି ହେଲା ବୁଲେଟ୍ ଏବଂ ସୁନାଗହଣା !!!

0
686

14 total views , 1 views today

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଗୋଟିଏ ଦିନ ମଧ୍ୟରେ ଅଞ୍ଚଳରୁ ଦୁଇ ଦୁଇଟି ଚୋରୀ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଘଟଣାରେ ଜଣେ ମହିଳାଙ୍କୁ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ବୁଲେଟ ଗାଡି ଚୋରୀ ହୋଇଛି । ସ୍ପଷ୍ଟ ଦିବାଲୋକରେ ଏଭଳି ଦୁଇ ଦୁଇଟି ଘଟଣା ଘଟି ଯାଇଛି । ସୂଚନା ମୁତାବକ ବାଣପୁର ସହରର ବିଶିଷ୍ଟ ବ୍ୟବସାୟୀ ରବି ନାରାୟଣ ପାଲ ଆଜି ଅପରାହ୍ନରେ ହାତୀମୁଣ୍ଡା ସ୍ଥିତ ଗଛ ବାଲୁଙ୍କେଶ୍ୱର ମନ୍ଦିରର ଦଧି ନଉତି ପୁନଃ ପ୍ରତିଷ୍ଠା ଉତ୍ସବ ରେ ନିଜ ପୁତ୍ରଙ୍କ ସହ ଓଡି-୦୫-ଏଭି-୬୩୨୮ ନମ୍ବର ବିଶିଷ୍ଟ ବୁଲେଟ ମଟର ସାଇକେଲରେ ଯାଇଥିଲେ । ତେବେ ମନ୍ଦିର ପୂଜା ସାରି ଫେରିଲା ବେଳକୁ ମନ୍ଦିର ସାମ୍ନାରୁ ବୁଲେଟ ଚୋରୀ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ । କୌଣସି ଦୁର୍ବୁତ୍ତ ବୁଲେଟର ମେନ ଲକ ଭାଙ୍ଗି ଚୋରି କରି ନେଇ ଯାଇଥିବାର ରବି ନାରାୟଣ କହିଛନ୍ତି । ଏ ନେଇ ସେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ସହରରେ ସ୍ପଷ୍ଟ ଦିବାଲୋକରେ ଗାଡ଼ି ଚୋରି ହେଉଥିବା ବେଳେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି । ତେବେ ଚୋରି କରିବା ଉଦ୍ଦେଶ୍ୟରେ କିଛି ଆନ୍ତ ଜିଲ୍ଲା ଲୁଟେରା ବାଣପୁର ଅଞ୍ଚଳରେ ଘୁରି ବୁଲୁଥିବା ସ୍ଥାନୀୟ ବାସୀ ସନ୍ଦେହ କରୁଛନ୍ତି । ତେଣୁ ବାଣପୁର ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରି ଅନ୍ୟ ଜିଲ୍ଲାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ତଦନ୍ତ କରାଗଲେ ଡକାୟତ ମାନଙ୍କ ପ୍ରାଦୁର୍ଭାବ ହ୍ରାସ ପାଇବା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here