କୁହୁଡିରେ ବିଷାକ୍ତ ଖାଦ୍ୟ ଖାଇ ନାବାଳକ ମୃତ : ୩ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅସୁସ୍ଥ ହୋଇଥିବା ଲୋକଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏକ କେଳା ପରିବାରର ୬ ଜଣ ଲୋକ ଅସ୍ଥାୟୀ ଭାବେ କୁହୁଡି ସ୍ଥିତ ଏକ କୁକୁଡା ଫାର୍ମରେ ରହି ଆସୁଥିଲେ । ଏମାନେ ସମସ୍ତେ ନୟାଗଡ ଜିଲ୍ଲାର ବୋଲି ଜଣାପଡିଛି । ତେବେ ଗତ କାଲି ରାତିରେ ଏହି ପରିଵାର ସମସ୍ତ ଲୋକ ମ‍ାଛ ଭାତ ଖାଇ ଶୋଇଥିଲେ । କିନ୍ତୁ ରାତି ପ୍ରାୟ ୩ ଟା ବେଳେ ସମସ୍ତଙ୍କର ବାନ୍ତି ହେବାରୁ ପରିବାର ର ୪ ଜଣଙ୍କର ଦେହ ଅସୁସ୍ଥ ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟୋ ରିକ୍ସାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମେଡିକାଲରେ ଜଳନ୍ଧର କାତ୍ରା (୪୫), ରଶ୍ମିତା କାତ୍ରା (୪୦), ଶିବ କାତ୍ରା (୧୫) ଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ୧୦୮ ଯୋଗେଁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ବସନ୍ତ କାତ୍ରା ନାମକ ୧୦ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ଜଣା ପଡିଛି । ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥାଇ ପାରେ ବୋଲି ଡାକ୍ତର ଅନୁମାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *