ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ !!!

0
254

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧକ୍ଷତାରେ ଭରଚୁଆଲ ମୋଡ଼ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟା ଯାଇଥିବା ଧାନକୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ରଖିବାକୁ ବିହିତ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଚାଷୀମାନେ କରିଥିବା ପନିପରିବା କୁ ଯଥାଶୀଘ୍ର ସଂଗ୍ରହ କରିବାକୁ ମଧ୍ୟ ସୂଚନା ଦେଇଥିଲେ । ବର୍ଷା ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଏହାକୁ କାଟି ଗମନାଗମନ ସୁବିଧା କରିବାକୁ ଅଗ୍ନିସେବା ଅଧିକାରୀଙ୍କୁ କହିଛନ୍ତି । ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଂଚଳରେ କଚ୍ଚା ଘରେ ବାସ କରୁଥିବା ଲୋକ ମାନଙ୍କୁ ଆବଶ୍ୟକ ସ୍ଥଳେ ନିକଟସ୍ଥ ଆଶ୍ରୟସ୍ଥଳ / ବିଦ୍ୟାଳୟ କୁ ସ୍ଥାନାନ୍ତରଣ କରି ଚୁଡା,ଗୁଡ ଆଦି ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସ୍ଥାନାଂତରଣ କରିବାକୁ ପଶୁ ଚିକିତ୍ସା ଅଧିକାରୀଙ୍କୁ କହିଛନ୍ତି । ସମ୍ଭାବ୍ୟ ବର୍ଷ।କୁ ଦୃଷ୍ଟିରେ ରଖି ସମସ୍ତଙ୍କ ଧନ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାରର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ପ୍ରକାଶ କରିଛନ୍ତି । ପରିଶେଷରେ ଓସଡ଼ମା ର ଡିପିଓ ନିମାଇଁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here