ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : Service above self !! ବ୍ୟକ୍ତିଗତ ସ୍ତର ଠାରୁ ଉର୍ଦ୍ଧ୍ୱରେ ରହି ସମାଜସେବା . ଏହି କଥା କୁ ନିଜ ସଂଗଠନର ମଟୋ କରି ସମାଜସେବା କାମରେ ବ୍ରତୀ ଥିବା ଅନୁଷ୍ଠାନ ହେଉଛି ରୋଟାରୀ ଗ୍ରୁପ . ଓଡ଼ିଶାର ବିଭିନ୍ନ ସ୍ଥାନରେ ରୋଟାରୀଆନ ମାନେ ତିଆରି କରିଛନ୍ତି ସମାଜସେବାର ଅନନ୍ୟ ଉଦାହରଣ . ଅନୁଗୁଳ ଜିଲ୍ଲା ତାଳଚେର ରେ ରୋଟାରୀ କ୍ଲବ ଗଢି ଉଠିବା ପରେ , ସଂଗଠନର ପ୍ରଥମ ସାମାଜିକ କାମ ରୁ ହିଁ ଏହାର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି . ପାଗର ପରିବର୍ତ୍ତନ ଘଟି ପାରଦ ଖସୁଥିବା ସମୟରେ ବଢିଛି ଶୀତର ପ୍ରକୋପ . ଏପରି ସ୍ଥିତିରେ ଅସହାୟ , ନିରାଶ୍ରୟ ଏବଂ ଗରୀବ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କାମ ଆରମ୍ଭ କରିଛି ରୋଟାରୀ କ୍ଲବ ଅଫ ତାଳଚେର .

ଅନୁଷ୍ଠାନର ଉପଦେଷ୍ଟା ଶୁଭ୍ରାଂଶୁ ତ୍ରିପାଠୀ , ଏଜି ଅଖିଳ କୁମାର ପଣ୍ଡା ଙ୍କ ପରାମର୍ଶ କ୍ରମେ ତାଳଚେର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅସହାୟ ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି . ରୋଟାରୀ କ୍ଲବ ଅଫ ତାଳଚେର ର ସଭାପତି ଅଶୋକ କୁମାର ଦାସ , ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ , ବରିଷ୍ଠ ସଦସ୍ୟ ରୋଟାରୀଆନ କିଶୋର ସାହୁ , ରୋଟାରୀଆନ ମନୋଜ ପ୍ରଧାନ , ରୋଟାରୀଆନ ସୁମିତ ପ୍ରଧାନ , ରୋଟାରୀଆନମିନାକ୍ଷୀ ମିଶ୍ର ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ . ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ ବିଭିନ୍ନ ଲୋକ କଲ୍ୟାଣକାରୀ ତଥା ସଚେତନାମୂଳକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି . ରୋଟାରୀ କ୍ଲବ ଅଫ ତାଳଚେର ପ୍ରତିଷ୍ଠା ହେବା ପରେ ମୃଦୁଳା ଠାକୁରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସଦସ୍ୟତା ଗ୍ରହଣ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଛି . ୨୦୨୨ କ୍ୟାଲେଣ୍ଡର ବର୍ଷରେ ରୋଟାରୀ ତାଳଚେର ପକ୍ଷରୁ ରକ୍ତଦାନ ଶିବିର , ବୃକ୍ଷରୋପଣ , ଅର୍ଣ୍ଣପୂର୍ଣ୍ଣା କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିର ହୋଇଥିବା କଥା ପ୍ରକାଶ କରିଛନ୍ତି ସଂଗଠନର ପରିଚାଳନା କମିଟି କର୍ମକର୍ତ୍ତା .

