ବାଣପୁର – ବାଲୁଗାଁ ସହରାଞ୍ଚଳରେ ଲାଗୁ ହେଲା ନାଇଟ କର୍ଫ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କରୋନା ତୃତୀୟ ଲହର ତଥା ନୂଆ ଭାରିଆଣ୍ଟର ସଂକ୍ରମଣ ଆଶଙ୍କା ବଢିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଏହାପାଇଁ ତତ୍ପରତା ଦେଖାଇବା ସହ ଜିଲ୍ଲାପାଳ ମାନଙ୍କୁ ଉଚିତ ପଦକ୍ଷେପ ପାଇଁ କୁହାଯାଇଛି । ତେବେ ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ ଗୁରୁବାର ଦିନ ନୂତନ କରୋନା କଟକଣା ଜାରି କରିଛନ୍ତି । ନୂତନ ଗାଇଡ଼ଲାଇନ ଅନୁଯାୟୀ ବାଣପୁର ଏବଂ ବାଲୁଗାଁ ସହରରେ ରାତ୍ରି କାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ଏହି ରାତ୍ରୀ କାଳୀନ କର୍ଫ୍ୟୁ ଜାରି ରହିବ । ଯଦି କୌଣସି ଦୋକାନୀ କିମ୍ବା ଗ୍ରାହକ ଏହି ନିୟମକୁ ଅବମାନନା କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ପୂର୍ବ ପରି ଚିଲିକା ନିର୍ବାଚନ ମଣ୍ଡଳିରେ ମାସ୍କ ଚେକିଂ, ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦିଆଯାଇଛି। ଏହିସବୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଜରିମାନା ଆଦାୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାଣପୁର ଓ ଚିଲିକା ତହସିଲଦାର ଉକ୍ତ ଗାଇଡ଼ଲାଇନକୁ ଉଭୟ ଆଇଆଇସି ଙ୍କ ସହଯୋଗରେ ଆଜିଠାରୁ ଲାଗୁ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *