ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଇଏନଏସ ଚିଲିକାରେ ନୌସେନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମ୍ରେଡ଼ ଏନ.ପି ପ୍ରଦୀପ ଷ୍ଟେସନ ର ଯୁଦ୍ଧ ମେମୋରିଆଲ ଠାରେ ପୁଷ୍ପମାଲ୍ୟ ଅର୍ପଣ କରି କର୍ତ୍ତବ୍ୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ନାବିକ ମାନଙ୍କୁ ସମ୍ମାନ ଜଣାଇଥିଲେ । ୧୯୭୧ ରେ ପାକିସ୍ତାନ ବିରୋଧରେ ଭାରତ ହାସଲ କରିଥିବା ନିର୍ଣ୍ଣାୟକ ବିଜୟ, ଯାହାକି ନୌସେନାର ଯୋଦ୍ଧା ମାନଙ୍କ ଦ୍ୱାରା ପାକିସ୍ତାନର କରାଚି ଉପରେ ସାହସିକ କ୍ଷେପଣାସ୍ତ୍ର ଆକ୍ରମଣ ଦ୍ୱାରା ସମ୍ଭବ ହୋଇ ପାରିଥିଲା । ତେଣୁ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସାହସୀ ଯୋଦ୍ଧାଙ୍କ ସମ୍ମାନରେ ଏବଂ ଦିବଂଗତଙ୍କ ଆତ୍ମାକୁ ଜାତିର କୃତଜ୍ଞତା ନିମନ୍ତେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିନରେ ଉକ୍ତ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାଏ ।
ଆଇଏନଏସ ଚିଲିକା ତରଫରୁ ଭାରତୀୟ ନୌସେନା ଦିବସ ପାଳିତ !!!

