ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ର ଶତବାର୍ଷିକ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ . ଆମ ପାଇଁ ବଡ ଆମ ନୟାଗଡ଼ ସୈାଜନ୍ୟ ରେ ଗାନ୍ଧୀଜୀ ନୂଆ କଣ କରିଛନ୍ତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଯୋଗଦେଇ ଜାତୀୟ ସଂହତି, ଜାତୀୟ ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଗାନ୍ଧୀବାଦର ପ୍ରତ୍ୟକ୍ଷ ଉଦାହରଣ କହିବା ସହ ପୁରୀ ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରିଥିବା ବିଜେପି ନେତା ସମ୍ବିତ ପାତ୍ରଙ୍କୁ ଜୋକର ସହ ତୁଳନା କରିଥିଲେ ।
ସମ୍ମାନୀତ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଜାତି , ଧର୍ମ, ଭାଷା ନାମରେ ରାଜନୀତି କରି କିଛି ବ୍ୟକ୍ତି ନିଜ ସ୍ୱାର୍ଥ ଲାଗି ଗାନ୍ଧୀଙ୍କ ନୀତି କୁ ପଥ ଭ୍ରଷ୍ଟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଗାନ୍ଧୀଜୀ ଚାହିଁଥିଲେ ପ୍ରତ୍ୟେକ ବ୍ୟକ୍ତି ର ସମାଜ ପ୍ରତି ଅବଦାନ ରହିଲେ , ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଗାନ୍ଧୀବାଦି କୁ ବିଲୁପ୍ତ କରିବା ପାଇଁ କିଛି ମୁଷ୍ଟିମେୟ ଲୋକ ଚେଷ୍ଟା ଚଳାଇଛନ୍ତି କିନ୍ତୁ ସେଥିରେ ସେମାନେ କେବେବି ସଫଳ ହେବେ ନାହିଁ । ଗାନ୍ଧୀଜୀ ମରି ନାହାନ୍ତି , କି ଲଢେଇ ସରିନାହିଁ . ଦିନେ ନା ଦିନେ ସାରା ପୃଥିବୀରେ ଗାନ୍ଧୀଙ୍କ ନୀତି ଆଦର୍ଶ ପ୍ରତିଫଳିତ ହେବ ବୋଲି ପ୍ରକାଶ କରିଥିଲେ ନିମନ୍ତ୍ରିତ ଅତିଥିମାନେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବିଚାରପତି ମନୋରଞ୍ଜନ ମହାନ୍ତି , ଡ. ବିଶ୍ୱଜିତ , ଦୈନିକ ସମ୍ବାଦପତ୍ର ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।