ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ସ୍ଥିତ ପଦ୍ମକୁମୁଦ ବିଦ୍ୟାନିକେତନ, ନୂଆପଡା ଏବଂ ବଡ଼ପାରି ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରାୟ ଦୁଇଶହ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ରେ ଭାଗ ନେଇଥିଲେ . ଏଥିରେ ପ୍ରଶିକ୍ଷିକା ଶ୍ରୀମତୀ ରଂଜୁଵାଳା ଚମ୍ପତ୍ତିରାୟ ଏବଂ ଅନୁପମା ଦେଇ ଅତି ଉଚ୍ଚକୋଟିର ପ୍ରଶିକ୍ଷଣ ଦେଇଥିଲେ, ଯାହାକି ଆଜିର ସମାଜରେ ନାରୀ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ . ଏହାକୁ ଉଭୟ ସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ପରିଡା ଏବଂ ଭଞ୍ଜକିଶୋର ସାହୁ ଉଦଘାଟନ କରିଥିଲେ . ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ୮ ଦିନ ଧରି ଚାଲିବା ସହିତ ଛାତ୍ରୀମାନେ ପ୍ରଶିକ୍ଷଣ ଲାଭ କରିବେ ।।

Leave a Reply

Your email address will not be published. Required fields are marked *