ବେଗୁନିଆ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ୪୮୮ କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକ୍ୟାପ୍ଟର ଯୋଗେ ବେଗୁନିଆ ରେ ପହଁଚିବା ପରେ ସ୍ଥାନୀୟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କ ସ୍ୱାଗତ ଭାଷଣ ପରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିଥିଲେ ।

ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ୧୮୧୭ ମସିହାକୁ ସିପାହୀ ବିଦ୍ରୋହର କେନ୍ଦ୍ର ମାନ୍ୟତା ଦେଇଥିବା ବେଳେ ଖୋର୍ଦ୍ଧା ଗଡ଼ର ଭୂମିକା ଅତୁଳନୀୟ ବୋଲି କହିଛନ୍ତି । ଅନ୍ୟତମ ଅତିଥି ମଧ୍ୟରେ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଦେଇଥିଲେ । ଆୟୋଜିତ ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ଭାବେ ପୋଲିସ ଫୋର୍ସ ନିୟୋଜିତ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ରଥର ଶୁଭାରମ୍ଭ କରିଥିଲେ ।

