ଗ୍ରାମର ମହିଳା ମାନେ ସ୍ୱଇଚ୍ଛାରେ କଲେ ରକ୍ତଦାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବବଂଧୁ ସତସଂଗ ପରିବାର ତରଫରୁ ଡମପଡା ବ୍କକର ଅରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ ହିଁ ଜୀବନ । କେହିବି ଜଣେ ରକ୍ତ ଅଭାବରୁ ମୃତ୍ୟୁ ବରଣ ନକରନ୍ତୁ । ଏପରି ଏକ ଚିନ୍ତନଶୀଳ ଭାବନାକୁ ନେଇ ଯୁବବଂଧୁ ପରିବାର ତରଫରୁ ନିପଟ ପଲ୍ଲୀରୁ ଆରମ୍ଭ ହୋଇଛି ରକ୍ତଦାନ ପରି ନିଆରା କାର୍ଯ୍ୟକ୍ରମ । ଯୁବଗୋଷ୍ଠୀ ମୋବାଇଲ , କ୍ରିକେଟ ଖେଳରେ ମାତୁଥିବା ବେଳେ ଗ୍ରାମାଞ୍ଚଳର ମହିଳା ମାନେ ସ୍ୱଇଚ୍ଛାରେ ଆସି ରକ୍ତଦାନରେ ସାମିଲ ହେବାକୁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ଏବଂ ସାମାଜିକ କର୍ମି ସୁବ୍ରତ କୁମାର ନାୟକଙ୍କ ପ୍ରଚେଷ୍ଟାରେ ଆୟୋଜିତ ରକ୍ତଦାନ ଶିବିରରେ କଟକ ରେଡକ୍ରସ ରକ୍ତଭଣ୍ତାରର ସଦସ୍ୟ ମାନେ ଉପସ୍ଥିତ ରହି ୨୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ତୃତୀୟ ଥର ପାଇଁ ଆୟୋଜିତ ଏହି ଶିବିର ଆଗକୁ ରକ୍ତଦାନ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରିବ ବୋଲି ଯୁବ ସମାଜସେବୀ ଅକ୍ଷୟ କୁମାର ସାମଲ ନିଜ ବକ୍ତବ୍ୟରେ ସୁଚନା ଦେଇଥିଲେ । ବାଙ୍କୀ ଅଞ୍ଚଳର ବହୁ ସାମ୍ବାଦିକ , ସମାଜସେବୀ ଓ ବରିଷ୍ଠ ନାଗରିକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଜନସେବା କେନ୍ଦ୍ରର ସଂଯୋଜକ ସୁମନ୍ତ ଚନ୍ଦ୍ର ମହାନ୍ତି , ସମାଜସେବୀ ନିରଞ୍ଜନ ସାହୁ , ଶିକ୍ଷାବିତ ଗଦାଧର ନାୟକ , ସନ୍ତୋଷ କୁମାର ସାହୁ , ଚନ୍ଦନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *