ନାଚୁଣି ପଞ୍ଚାୟତ ରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ନାଚୁଣି ପଞ୍ଚାୟତରେ ମିଶନ ଶକ୍ତି ଗୃହର ଉଦଘାଟନ । ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ମା ମାନେ ସରକାର ଙ୍କ ଠାରୁ ଋଣ ନେଇ ବିଭିନ୍ନ ଉପାୟରେ ହେଉଛନ୍ତି ସ୍ୱାବଲମ୍ବି । ସେହିଭଳି ଏସଏଚଜି ଗୃପ ନାଚୁଣି ପଞ୍ଚାୟତ ପ୍ରେସିଡେଣ୍ଟ କଳ୍ପନା ସେଣ୍ ଙ୍କ ନେତୃତ୍ୱରେ ଶହେରୁ ଉର୍ଦ୍ଧ୍ବ ମହିଳା ଉପସ୍ଥିତ ଥିଲେ । ମିଶନ ଶକ୍ତି ଗୃହ କୁ ବିଡ଼ିଓ ପ୍ରଦୂମ୍ମ କୁମାର ନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଏମବିକେ ଝାଂନସି ମହାରଣା, ସେକେଟ୍ରାରି ସସ୍ମିତା ବେହେରା, ବ୍ୟାଙ୍କ ମିତ୍ର ବନିତା ପଲାଇ, ନାଚୁଣି ସରପଞ୍ଚ ସ୍ବପ୍ନଞ୍ଜଳି ପଲାଇ , ପଞ୍ଚାୟତ ପିଇଓ ରାଜକିଶୋର ଖଟେଇ, ବିପିଏମ ଶିବସୁନ୍ଦର ଜାଲି, ବିଏଲସି ଗୋପାଳ ବେହେରା ଉଦଘାଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ନାଚୁଣି ପଞ୍ଚାୟତ ଅଞ୍ଚଳରେ ମୋଟ ୧୬୦ ଏସଏଚଜି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମା ମାନେ ଏବେ ମିଶନ ଶକ୍ତି ଗୃହକୁ ଆସି ପାରିବେ । ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣି ପଞ୍ଚାୟତ ବିଜେଡ଼ିର ମୁଖ୍ୟ ଭାବେ ଆଗ ଧାଡିରେ ଠିଆ ହୋଇ କାର୍ଯ୍ୟ କରୁଥିବା ମହିଳା କଳ୍ପନା ସେଣ୍ ଏବେ ସମସ୍ତ ୧୬୦ ଏସଏଜି ମହିଳା ଗୃପ ର ଅଧିକରୁ ଅଧିକ ଦାୟିତ୍ୱ ନେଇ ମହିଳା ମାନଙ୍କୁ ସ୍ୱାବଲମ୍ଭି କରିବା ପାଇଁ ଆଗେଇ ଆସିଛନ୍ତି । ବଡ଼ କଥା ହେଲା ବାଣପୁର ବ୍ଲକ ନାଚୁଣି ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରଥମ ମିଶନ ଶକ୍ତି ଗୃହ ଉଦଘାଟନ କରାଯାଇଛି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ନାଚୁଣି ପଞ୍ଚାୟତ ରେ ଶହେରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *