ସହିଦ ରାଣପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତାଳଚେରର ରୋଟାରୀଆନ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ବାୟୁସେନା ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଳଚେର ମାଟିର ବୀର ଯବାନ ସହିଦ ରାଣପ୍ରତାପ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କଲେ ରୋଟାରୀ କ୍ଲବ ଅଫ ତାଳଚେରର ସଦସ୍ୟ . ତାମିଲନାଡ଼ୁରେ Mi 17 V5 ହେଲିକପ୍ଟର ଦୁର୍ଘଟଣା ରେ ସିଡିଏସ୍ ବିପିନ୍‌ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ସମୁଦାୟ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂହ ଜୀବିତ ଅଛନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସେନା ଅଧିକାରୀଙ୍କ ମଧ୍ୟରେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବରେ କାର୍ଯ୍ୟରତ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ରାଣା ପ୍ରତାପ ଦାସ ସହିଦ ହୋଇଥିଲେ . ତାଳଚେର ମାଟିର ଏହି ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ , ତାଳଚେର ରୋଟାରୀ କ୍ଲବ ତରଫରୁ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା . କ୍ଲବ ର ସଭାପତି ଅଶୋକ କୁମାର ଦାସ , ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ , ଏଜି ଅଖିଳ କୁମାର ପଣ୍ଡା ଏବଂ ଅନୁଷ୍ଠାନର ଅନ୍ୟ ସମସ୍ତ ସଦସ୍ୟ ବୀର ସହିଦ ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ .

Leave a Reply

Your email address will not be published. Required fields are marked *