ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କରୋନାର ଦ୍ୱିତୀୟ ଲହରୀ ଜନିତ ପ୍ରଭାବ ବୃଦ୍ଧି ପାଉଥିବା ଯୋଗୁଁ ଓଡ଼ିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପରିଚାଳନାର ବିଭାଗ ଦ୍ୱାରା ଜାରି କରାଯାଇଥିବା ନୂତନ କଟକଣା ଗଜପତି ଜିଲ୍ଲା ଓ ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ କଡାକଡି ରୂପେ ପାଳନ କରାଯାଉଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଜିଲ୍ଲାର 5ଟି ନାକା ପଏଣ୍ଟ ଗସ୍ତ କରି ଅନୁଧ୍ୟାନ କରିଛନ୍ତି .
ଆନ୍ଧ୍ର ଓ ଓଡ଼ିଶା ସୀମା ସବୁ ସିଲ କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଇଛି . ଜିଲ୍ଲା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ଆରଟିଫିସିଆର 72 ଘଣ୍ଟା ମଧ୍ୟରେ ହୋଇ ଥିବା ଟେଷ୍ଟ ନେଗେଟିଭ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ ଟୀକା ଗ୍ରହଣ ସାର୍ଟିଫିକେଟ ପ୍ରଦାନ କରିବାକୁ ପଡିବ । ନଚେତ ସାତ ଦିନ ସଙ୍ଗରୋଧ କେନ୍ଦ୍ର କିମ୍ବା ହୋମ କ୍ଵାରେଣ୍ଟାଇନ ରେ ରହିବାକୁ ପଡିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।