ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କରୋନା ସଂକ୍ରମଣର ଦ୍ଵିତୀୟ ଲହରୀକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜାରି କରିଥିବା ଅନୁସାରେ ବୋଲଗଡ ପ୍ରଶାସନ ତରଫରୁ ଲାଗୁ କରାଯାଇଛି କଟକଣା . ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି ବୋଲଗଡ ତହସିଲ ଅନ୍ତର୍ଗତ ସମସ୍ତ ଜନସାଧରଣ କୁ ଜଣାଇ ଦିଆଯାଇଛି କି ଆଗାମୀ ଦିନରେ ହେବାକୁ ଥିବା ପର୍ବ ପର୍ବାଣୀ ପାଳନ ଉପରେ ପ୍ରଶାସନିକ କଟକଣା ଲାଗୁ ହୋଇଛି . ଜନଗହଳି କୁ ନିୟନ୍ତ୍ରଣ କରିବା ପାଇଁ ଦଣ୍ଡ ଯାତ୍ରା ଏବଂ ଝାମୁ ଯାତ୍ରା ଉପରେ ରୋକ ଲଗାଯାଇଛି । ସରକାରୀ ନିର୍ଦ୍ଦେଶାନାମାର ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଚାର କରାଯାଇଛି ।