ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରେ ଅଘଟଣ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରେ ଅଘଟଣ l କୋରାପୁଟ ଜିଲ୍ଲାର ମାଛ କୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରେ ଗତକାଲି ଅପରାହ୍ନ ରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା ! ଖବର ପାଇ ଦମକଳ ବାହିନୀ ଆଉ ପୋଲିସ ଟିମ ପହଁଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ ! ନିଆଁ ଏତେ ଯୋର ରେ ଲାଗିଥିଲା ଯେ ତାର ଶବ୍ଦ କିଛି ଦୂର ରେ ଥିବା ଗାଁ କୁ ଶୁଣାଯାଇଥିଲା l ଟରବାଇନ ଓ କିଛି ଯନ୍ତ୍ରପାତି ରେ ନିଆଁ ଲାଗିଯାଇଥିଲା ବେଳେ ଜଣେ ଯନ୍ତ୍ରୀ ବି ଆହତ ହୋଇଥିବା ଜଣାପଡିଛି l କାହିଁକି ଓ କେଉଁ କାରଣ ରୁ ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ କିଛି ବର୍ଷ ତଳେ ବି ଏହି କେନ୍ଦ୍ର ରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଛି l

Leave a Reply

Your email address will not be published. Required fields are marked *