ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ର ସ୍ନାତକ ଓ ସ୍ନାତକତୋର ପରୀକ୍ଷା ଫଳ ପ୍ରକାଶିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଉତ୍କଳ ବିଶ୍ଵବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ଓ କୁଳପତିଙ୍କ ଅନୁମୋଦନ କ୍ରମେ ଏବଂ ପରିଚାଳନା କମିଟିର ସଭାପତି, ମହାବିଦ୍ୟାଳୟ ର ଅଧକ୍ଷ୍ୟ ଓ ପରୀକ୍ଷା ନିୟନ୍ତ୍ରକଙ୍କ ଉପସ୍ଥିତିରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ର +୩ ଫାଇନାଲ ଡିଗ୍ରୀ (UG) ଏବଂ PG (MSW, MCOM, MAOD) ର ପରୀକ୍ଷା ଫଳ ଅଦ୍ୟ ତା ୨୨୦୦୫୦୨୬ ଦିବା ୧୧ ଘଟିକା ସମୟରେ ପ୍ରକାଶିତ ହୋଇଅଛି । କଳାରେ ୮୪, ବିଜ୍ଞାନରେ ୮୭% ଏବଂ ବାଣିଜ୍ୟରେ ୮୦% ଛାତ୍ରଛାତ୍ରୀ ଉତିର୍ଣ୍ଣ ହୋଇଥିବାବେଳେ ମୋଟ ଉପରେ (କଳା, ବିଜ୍ଞାନରେ ଓ ବାଣିଜ୍ୟ) ରେ ୮୫ % ହୋଇଥିବା କଲେଜ ପକ୍ଷରୁ ଜଣାପଡ଼ିଛି । ସ୍ନାତୋକତୋର ପରୀକ୍ଷା ରେ ୯୮% ହୋଇଅଛି (MSW-୧୦୦%, MCOM-୯୪% ଏବଂ MAOD-୧୦୦% ) ହୋଇଥିବା ଜଣାପଡିଛି । ସେହିପରି ସ୍ନାତକ ପରୀକ୍ଷାରେ ଉଦଦ୍ଭିଦ ବିଜ୍ଞାନର ଛାତ୍ରୀ ଚିନ୍ମୟୀ ମିଶ୍ର ଉଭୟ Best Graduate ଏବଂ ଉଦଦ୍ଭିଦ ବିଜ୍ଞାନ ରେ ୯.୬୪ CGPA ରଖି ଟପର ହୋଇଛନ୍ତି । କଳାରେ ଦର୍ଶନଶାସ୍ତ୍ର ବିଭାଗର ରୁଦ୍ର ପ୍ରସାଦ ନାୟକ ୯.୨୯ CGPA ଓ ବାଣିଜ୍ୟ ରେ ବିଶ୍ଵଜୀତ ରାଉତ ୮.୯୦ CGPA ରଖି ଟପର ହୋଇଛନ୍ତି । ଟପର ମାନଙ୍କୁ ମାନନୀୟା ଏ. ଡ଼ି.ଏମ CUM G.B President ଶ୍ରୀମତୀ ରୋଜିନା ଦାସ ଏବଂ ମହାବିଦ୍ୟାଳୟର ଅଧକ୍ଷ ଡ଼.ବିପିନ କୁମାର ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ବେହେରା, ଉପ-ପରୀକ୍ଷା ନିୟନ୍ତ୍ରକ ଡ଼ ପ୍ରଦୀପ କୁମାର ଆଚାର୍ୟ, ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ଗୌରହରି ସାହୁ, ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଟପର ମାନଙ୍କ ବାପା ମା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *