ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି ହେଲା ଖୋର୍ଦ୍ଧା ଜିଲ୍ଲା . ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରି ଏହି ଯୋଯନାର ଶୁଭାରମ୍ଭ କରିଛନ୍ତି . ଏହି ଯୋଯନାରେ ଖୋର୍ଦ୍ଧା ଜିଲ୍ଲାରେ ୪ ଲକ୍ଷ କାର୍ଡ ବଣ୍ଟନ କରାଯିବ ଏବଂ ଜିଲ୍ଲାର ୧୪ ଲକ୍ଷ ହିତାଧୀକାରୀ ଏହି ଯୋଜନାରେ ଉପକ୍ରୁତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ସହ ଟାଙ୍ଗୀ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟ୍ୟମରେ ହେଲ୍ଥ କାର୍ଡ ବଣ୍ଟନ କରାଯାଇଛି . ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟାଙ୍ଗୀ ବ୍କକରେ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି . କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ୍ୟ ବିଜୟ କୁମାର ଜେନା ଅଧ୍ୟ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଜିଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର , ବ୍ଲକ ବିଡିଓ ଐଶ୍ଚର୍ଯ୍ୟା ସାମନ୍ତରାୟଙ୍କ ସହ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ମାନେ ଯୋଗ ଦେଇଥିଲେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା ଖୋର୍ଦ୍ଧା ଜିଲ୍ଲା !!!

