ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ନ୍ୟସ୍ତ କରିଥିବା ଗୁରୁ ଦାୟିତ୍ଵକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ସାହୁ ବାଣପୁର ବ୍ଲକରେ ପହଞ୍ଚି ବ୍ଳକ ଅଧକ୍ଷ ତଥା ବିଜୁ ଜନତା ଦଳ ସଭାପତି ଭବାନୀ ଶଙ୍କର ବଳିୟାରସିଂହ, ଉପ-ସଭାପତି ସୁକାନ୍ତ ଭୋଳ, ସାଂସଦଙ୍କ ପ୍ରତିନିଧି ସତ୍ୟ ନାରାୟଣ ପ୍ରଧାନ, ଉଦୀୟମାନ ଯୁବ ସମାଜସେବୀ ସେକ୍ ଜାଭିଦ୍ ତଥା ୧୭ ଟି ପଂଚାୟତର ଦଳୀୟ ସଭାପତି ଓ ସମ୍ପାଦକ ଏବଂ ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ବାଣପୁର ବ୍ଲକ ବିଡିଓ ତଥା କର୍ମଚାରୀ ମାନଙ୍କ ସହ ବର୍ତମାନର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ତହସିଲଦାର ବାଣପୁରଙ୍କ ସହ ସାକ୍ଷାତ ବେଳେ ସେ ଉପସ୍ଥିତ ନଥିବାରୁ ବୁଝିବା ବେଳକୁ ସେ କ୍ଷେତ୍ର ପରିଦର୍ଶନରେ ଥିବାର ସୂଚନା ମିଳିଥିଲା । ଉକ୍ତ ଆଲୋଚନାରେ ନିଲମ୍ବିତ ବିଧାୟକଙ୍କ ପରେ ଦୀର୍ଘ ୨/୩ ମାସ ଧରି ବନ୍ଦ ରହିଥିବା ନିର୍ବାଚନ ମଣ୍ଡଳୀର ବିକାଶ ମୁଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ଷମ କରାଇବା ଏବଂ ବର୍ତମାନର ବାତ୍ୟା ଜୱାଦର ଶିକାର ହୋଇଥିବା ଚାଷୀ କୂଳ ପ୍ରତି ସରକାରୀ ଉଦାସୀନତାକୁ ଭାଙ୍ଗି ସକ୍ରିୟ ଅଂଶ ଗ୍ରହଣ କରିବା ଲାଗି ପ୍ରୟାସ କରାଯାଇଥିଲା । ସ୍ଥାନୀୟ ବିଧାୟକଙ୍କ ନୀରବତା ଜନସାଧାରଣଙ୍କୁ ବ୍ୟଥିତ କରିଥିବା ବେଳେ ଶ୍ରୀଯୁକ୍ତ ସାହୁଙ୍କ ଉଦ୍ୟମୀ ସାହସିକ ପଦକ୍ଷେପ ଜନସାଧାରଣଙ୍କ ଲାଗି ଏକ ନୂତନ ଆଶାର ଝଲକ ଆଣି ଦେଇଛି ।
ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବାଣପୁର ବ୍ଲକ ଓ ତହସିଲ ପରିଦର୍ଶନ !!!

