ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତ ର ଅମରା ଓ ଡାଲିମ୍ବ ପୁର ଗ୍ରାମ ମଧ୍ୟରେ ଦେଶୀ ରନ୍ଧା ମଦ ଭାଟି ନିର୍ମାଣକୁ ନେଇ ପ୍ବିରୋଧର ସ୍ୱର ଉଠିଛି।ଅମରା ଓ ଡାଲିମ୍ବ ପୁର ଗ୍ରାମରେ ଥିବା ସମସ୍ତ ମହିଳା ସ୍ୱୟଂ ସହାୟକ ଦଳ ଏବଂ ଉଭୟ ଗ୍ରାମ ବାସୀ ନିର୍ମାଣ ହେଉ ଥିବା ଉକ୍ତ ଭାଟି କୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।ପଲ୍ଲି ସଭା ଓ ଗ୍ରାମ ସଭାର ବିନା ଅନୁମତି ରେ ଦେଶୀ ରନ୍ଧା ମଦ ଭାଟି ଜନବସତି ଅଞ୍ଚଳରେ କିଭଳି ସମ୍ଭବ ହେଲା ଏବଂ କିଏ ଅନୁମତି ଦେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।ସାତ ଦିନ ମଧ୍ୟରେ ଉକ୍ତ ଭାଟିକୁ ବନ୍ଦ କରିବା ନିମନ୍ତେ ଜିଲ୍ଲା ପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଜିଲ୍ଲା ପ୍ରଶାସନ ତରଫରୁ ଡେ଼ପୁଟି କଲେକ୍ଟର ନଟବର ଗରଡ ଦାବିପତ୍ର ଟି ଗ୍ରହଣ କରିଥିଲେ। ଯଦି ଜିଲ୍ଲା ପ୍ରଶାସନ ତରଫରୁ କୋୖଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ଉଭୟ ଗ୍ରାମରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମ ବାସୀ ରାଜରାସ୍ତା କୁ ଆସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ସନ୍ତୋସି ପାଣି,ଆର.ୟାମିନୀ,ଏନ. ଚିନି କ୍ରିଷ୍ଣ।,ସୁନିଲ ମହାପାତ୍ର, ମାନସ ପାଣିଗ୍ରାହୀଙ୍କ ସମେତ ବହୁ ଗ୍ରାମବାସୀ ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ।
ଦେଶୀ ରନ୍ଧା ମଦ ଭାଟି ବନ୍ଦ କରିବା ଦାବିରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ !!!

