ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁର ଗ୍ରାମରେ ଅବସ୍ଥିତ ଅଗ୍ରଣୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଜକୁ ଦୀର୍ଘ ୭୪୪ ଦିନ ଧରି ନିରବଚ୍ଛିନ୍ନ ଭାବରେ ଜାରି ରହିଛି କରୋନା ସଚେତନତା, ରିଲିଫ ଓ କରୋନା କିଟ୍ ବିତରଣ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଦିନ ସଂଖ୍ୟା ୭୩୬ ରୁ ଦିନ ସଂଖ୍ୟା ୭୪୪ ପର୍ଯ୍ୟନ୍ତ ୯ ଦିନ ଧରି (୧୦୬ ଓ ୧୦୭ତମ ସାପ୍ତାହିକ କାର୍ଯ୍ୟକ୍ରମ ) ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଇଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସ୍ୱେଚ୍ଛାସେବୀ ସରୋଜ ଜେନା, ପ୍ରହଲ୍ଲାଦ ଦାସ, ସ୍ମୃତିରଞ୍ଜନ ନାୟକ, ମନୋରଞ୍ଜନ ଦାଶ, ଜ୍ୟୋତ୍ସ୍ନାରାଣୀ ଦାସ, ପିନାକୀ ଦାସ, ଚିନ୍ମୟ ଜେନା, ଶିବାଦିତ୍ୟ ଦାଶ, ଭାଗବତ ମଲ୍ଲିକ ଆଦି ଏଥିରେ ସହଯୋଗ କରିଥିଲେ ।
ଚିନ୍ମୟ ଫାଉଣ୍ଡେସନର ୧୦୬ ଓ ୧୦୭ ତମ ସାପ୍ତାହିକ କରୋନା ସଚେତନତା , କିଟ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

