ଗୁରାଣ୍ଡୀ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଉତ୍କଳ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୋଶାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡୀ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପାଳିତ ହୋଇଯାଇଛି ଓଡିଶା ଦିବସ . ମଞ୍ଚର ଉପ-ସଭାପତି ପୀତବାସ ସାମଲଙ୍କ ଅଧ୍ୟକ୍ଷତାରେ ମଞ୍ଚର ସଭାଗୃହ ଠାରେ ଉତ୍କଳ ଦିବସ ପାଳନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ, ମଧୁବାବୁ, ଗୋପବନ୍ଧୁ , ଫକୀର ମୋହନ ସେନାପତି, ଗୌରୀଶଙ୍କର ଆଦି ଜନନାୟକଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇବା ସହିତ ସଂପ୍ରତି ଆମ ଓଡ଼ିଶା କଳା ଭାସ୍କର୍ଯ୍ୟ, ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ଆଜି ର ଯୁବ ସମାଜର ଦାୟିତ୍ୱ ସମ୍ପର୍କରେ ସଚେତନ କରାଇ ଥିଲେ । ଏହି ଅବସରରେ ମଞ୍ଚର କର୍ମକର୍ତ୍ତା ମାନେ ସ୍ଥାନୀୟ ହାଇସ୍କୁଲ ପରିସରରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଗଣପତି ରାଉତ, ଖଗେଶ୍ଵର ପାତ୍ର, ରମେଶ ପାତ୍ର, ସୁବାସ ସାମଲ, ରାଜେନ୍ଦ୍ର ପଣ୍ଡିତ ପ୍ରମୁଖ ସହଯୋଗ କରିଥିବା ବେଳେ ସହ ସଂଯୋଜକ ଅର୍ଜ୍ଜୁନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *