ବାଲୁଗାଁରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାତି ଅଧରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ପାରିକଂସାରୀ ଗ୍ରାମରେ ଏଭଳି ଘଟଣା ଘଟିଛି । ଗ୍ରାମର ରାମ ନାୟକଙ୍କ ଘରୁ ହୋଇଛି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ରାମ ନାୟକ ଆଜି ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ରାମ ଏବଂ ତାଙ୍କ ଧର୍ମପତ୍ନୀ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ରାମ ଙ୍କ ଧର୍ମପତ୍ନୀଙ୍କ ନିଦ ଭାଙ୍ଗି ଯିବାରୁ ତାଙ୍କ ଘରର ସମସ୍ତ କବାଟ ଖୋଲା ଥିବାର ସେ ଦେଖିବାକୁ ପାଇଥିଲେ । ଘରର ଆଲମିରା କବାଟ ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ତେବେ ଆଲମିରାରୁ ନକଦ ୫ ଲକ୍ଷ ଟଙ୍କା ଏବଂ ୧୫ ଭରିରୁ ଅଧିକ ସୁନା ଗହଣା ଚୋରି ହୋଇଥିବାର ଉଭୟ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ବାଲୁଗାଁ ପୋଲିସ କେଶ ନମ୍ବର ୬୮ / ୨୨ରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ ଟିମର ସହଯୋଗରେ ତଦନ୍ତ ଜାରି ରଖିଛି । ଉକ୍ତ ମାମଲାର ତଦନ୍ତ କରୁଛନ୍ତି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ।

Leave a Reply

Your email address will not be published. Required fields are marked *